Categories: ଫୁରସତ

ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ ସେମାନଙ୍କ ସମ୍ପର୍କକୁ ନେଇ ଥାନ୍ତି ଅସୁରକ୍ଷିତ

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ ଗତିବିଧି ବିଷୟରେ ଏଥିରେ ଜଣାଇଥାନ୍ତି। ଖୁସି ହେଉ ଅବା ଦୁଃଖ, ସେସବୁ ବିଷୟରେ ଜଣାଇବା ସହ ବିଭିନ୍ନ ଫଟୋ ମଧ୍ୟ ଅପ୍‌ଲୋଡ୍‌ କରିଥାଉ। ଏହାଦ୍ୱାରା ଅନ୍ୟମାନେ ଆପଣଙ୍କ ବିଷୟରେ ଜାଣନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପଛର ପ୍ରକୃତ କାରଣ ବାହାର କରାଯାଇଛି।
ଡାକ୍ତର ନିକି ଗୋଲ୍ଡାଷ୍ଟେନଙ୍କ ମତାମତ ଅନୁଯାୟୀ ସୋସିଆଲ ମିଡିଆରେ ଅନେକ କିଛି ଲେଖି ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ଙ୍କ ମଧ୍ୟରେ ସେହିପରି ସମ୍ପର୍କରେ ମାଧୁର୍ଯ୍ୟ ନ ଥାଏ, ଯାହା ଦେଖାଯାଇଥାଏ। ତାଙ୍କ କହିବା ଅନୁଯାୟୀ ଯେଉଁ କପଲ୍‌ ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରିଥାନ୍ତି ସେମାନଙ୍କ ସମ୍ପର୍କ ସାଧାରଣ ହୋଇ ନ ଥାଏ।
ସେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ କପଲ୍‌ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ମନେକରିଥାନ୍ତି, ସେମାନେ ଅଧିକ ଫଟୋ ପୋଷ୍ଟକରି ସେମାନଙ୍କ ସମ୍ପର୍କକୁ ମାନ୍ୟତା ଦେବାପାଇଁ ଚେଷ୍ଟା କରିଥାନ୍ତି। ବାରମ୍ବାର ଏପରି ଫଟୋ ପୋଷ୍ଟକରି ସେମାନେ ସେମାନଙ୍କ ସମ୍ପର୍କ ଅଧିକ ମଜଭୁତ ବୋଲି ଜଣାଇବାକୁ ଚାହାନ୍ତି ।

Share