ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ: ଭିଡିଓ ଭାଇରାଲ କରି ଜଣେ ଗିରଫ, ମୋବାଇଲ ଜବତ

ବଡ଼ବିଲ,୫।୪( ସ୍ଵ. ପ୍ର.): କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦିନ ଏଇଭଳି ଏକ ଘଟଣାରେ ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜେନ୍ଦ୍ର କୁମାର କେଶରୀ ଓରଫ ମୁନ୍ନା। ମୁନ୍ନାଙ୍କ ମୋବାଇଲକୁ ପୋଲିସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମୁନ୍ନା ନିଜ ମୋବାଇଲ ଯୋଗେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ କରିବା ସହ ଶତୃତା ସୃଷ୍ଟିକାରୀ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏ ନେଇ ପୋଲିସ ଜାଣିବା ପରେ ବଡ଼ବିଲ ଥାନା କେଶ ନଂ ୫୫, ଦଫା ୧୮୮/୧୫୩(ଏ)/୨୯୫(ଏ)/୫୦୫ ଆଇପିସିରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁନ୍ନାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Share