ସୋସିଆଲ ମିଡିଆରେ କମାଲ୍‌ କରୁଛି ଗଜେନ୍ଦ୍ର ବର୍ମାଙ୍କ ‘ୟାଦ କରକେ’ଗୀତ

ମୁମ୍ବାଇ: ସିଙ୍ଗର, ରାଇଟର ଓ ମ୍ୟୁଜିକ୍‌ କମ୍ପୋଜର ଗଜେନ୍ଦ୍ର ବର୍ମାଙ୍କ ଗୀତ ‘ତେରା ଘାଟା’ ପପୁଲାର ହେବା ପରେ ଏବେ ଧୁମ ମଚାଉଛି ‘ୟାଦ କରକେ’। ଏହା ଏକ ବ୍ରେକ୍‌ ଅପ୍‌ ସଙ୍ଗ ହୋଇଥିବା ବେଳେ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ଗଜେନ୍ଦ୍ର। ତେବେ ତାଙ୍କର ପ୍ରଥମ ଗୀତଟି ମଧ୍ୟ ବ୍ରେକ୍‌ଅପ୍‌ ଉପରେ ଆଧାରିତ ଥିଲା। ଏଥରର ଗୀତ ‘ୟାଦ କରକେ’ ମଧ୍ୟ ଏହି ଥିମ୍‌ ଉପରେ ଲେଖାଯାଇଛି। ଏକ ରୋମାଣ୍ଟିକ କପୁଲ ପରସ୍ପରକୁ ଖୁବ୍‌ ଭଲପାଉଥିବା ବେଳେ କୌଣସି କାରଣ ବଶତଃ ଏମାନଙ୍କ ମଧ୍ୟରେ ହେଉଛି ବ୍ରେକ୍‌ଅପ୍‌। ଗୀତଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅମନ ପ୍ରଜାପତ। ଜୁଲାଇ ୧୮ରେ ଏହା ରିଲିଜ୍‌ ହୋଇଥିବା ବେଳେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହାକୁ ୨୨,୨୨,୬୬୧ଥର ଦେଖା ସରିଲାଣି। ଏହା ଗଜେନ୍ଦ୍ରଙ୍କ ଆଉ ଏକ ବଡ ସଫଳତା ବୋଲି କୁହାଯାଉଛି।

Share