Advertisement

ସୋସିଆଲ ମିଡିଆରେ ନାବାଳିକାଙ୍କୁ ପ୍ରେମ ନିବେଦନ:ଯୁବକଙ୍କୁ ପୋଲିସ ଜିମାଦେଲେ ଗ୍ରାମବାସୀ

ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଯାଜପୁର ଅଞ୍ଚଳର ଜଣେ ଯୁବକ ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ହଟହଟା ହୋଇଛନ୍ତି। ଖବର ମୁତାବକ ଯୁବକ ଜଣକ ନାବାଳିକାଙ୍କୁ ଦେଖା କରିବାକୁ ଶନିବାର ତାଙ୍କ ଘରେ ମଧ୍ୟ ପହଞ୍ଚିଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ନାବାଳିକାଙ୍କୁ ହଇରାଣ କରିଥିଲେ। ନାବାଳିକା ଜଣକ ପାଟି କରିବାରୁ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଶନିବାର ବିଳମ୍ବିତ ରାତିରେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: latecity