Categories: ଖେଳ

ସୋସିଆଲ ମିଡିଆରେ ପତ୍ନୀଙ୍କୁ ପଟେଇ ଥିଲେ ଧାଓ୍ବନ

କଥାରେ ଅଛି ପ୍ରେମ କେଉଁଠାରେ ବି ହୋଇପାରେ। ଏଥିରେ କିଛି ବି ନିର୍ଦ୍ଦିଷ୍ଟ ମାଧ୍ୟମ ନାହିଁ। ଭାରତୀୟ ଓପନର ଶିଖର ଧାଓ୍ବନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ କ୍ଷେତ୍ରରେ ସୋସିଆଲ ମିଡିଆ ପାଲଟିଥିଲା ମାଧ୍ୟମ। ଫେସବୁକରେ ଉଭୟଙ୍କ ଏକମାତ୍ର ମ୍ୟୁଚୁଆଲ ଫ୍ରେଣ୍ଡ ଥିଲେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ(ଭଜି)। ଭଜିଙ୍କ ପ୍ରୋଫାଇଲ ଚେକ କଲାବେଳେ ଆୟେଶାଙ୍କ ଫଟୋ ଦେଖିଥିଲେ। ଆୟେଶାଙ୍କ ଲୁକ୍ସ ଦେଖି କ୍ଲିନ ବୋଲ୍ଡ ହୋଇଯାଇଥିଲେ ଧାଓ୍ବନ। ପରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ଏ ସବୁ ପରେ ଦୁହେଁ ଘଣ୍ଟା ଘଣ୍ଟା ଧରି ଫେସବୁକରେ ଚାଟିଂ କରି ବନ୍ଧୁ ହୋଇଥିଲେ। କଥାରେ ଅଛି, ବନ୍ଧୁତା ହିଁ ପ୍ରେମର ପ୍ରଥମ ସୋପାନ। ଉଭୟଙ୍କ ମଧ୍ୟରେ ୨୦୦୯ରୁ ରିଲେଶନଶିପ ଆରମ୍ଭ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ଧାଓ୍ବନ ଅପେକ୍ଷା କରାଇଥିଲେ। ପ୍ରତିଷ୍ଠିତ କ୍ରିକେଟର ହେବା ପରେ ୨୦୧୨ରେ ବିବାହ କରିଥିଲେ। ଉଲ୍ଲେଖଥାଉ କି, ଆୟେଶା ପୂର୍ବରୁ ଅଷ୍ଟ୍ରେଲିଆନ ବ୍ୟବସାୟୀଙ୍କୁ ବିବାହ କରିବା ପରେ ବିଚ୍ଛଦ ହୋଇଥିଲା।

Share