ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି : ୩ ଭାଜପା କର୍ମୀଙ୍କୁ ଗିରଫ କଲା ପୋଲିସ

ନୟାଗଡ଼ ଅଫିସ,୧୪ା୬- ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିଜେଡି-ଭାଜପା କଳି ଘଟଣାରେ ପୋଲିସ ୩ ଭାଜପା କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ପ୍ରିୟାପ୍ରୀତି ତୋଷଣ କରି ପୋଲିସ ବିଜେଡି କର୍ମୀଙ୍କୁ ଛାଡିଦେଇଥିବା ଅଭିଯୋଗ କରି ଗୁରୁବାର ଜିଲା ଭାଜପା ପକ୍ଷରୁ ଇଟାମାଟି ଥାନା ଘେରାଉ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୦ ତାରିଖରେ ଇଟାମାଟିର ବବୁଲ ପାତ୍ର ଓ ବିଶ୍ୱଜିତ ସାହୁଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ବିଜେଡି-ଭାଜପା କଳି ଦେଖିବାକୁ ମିଳିଥିଲା। ବିଶ୍ୱଜିତ ବିଜେଡି କର୍ମୀ ହୋଇଥିବାରୁ ସେ ସୋସିଆଲ ମିଡ଼ିଆରେ ବବୁଲ୍‌ ନିକଟକୁ ଭାଜପା ବିରୋଧରେ ଲେଖି ପଠାଇଥିଲେ। ଅନ୍ୟପକ୍ଷରେ ବବୁଲ୍‌ ଭାଜପା କର୍ମୀ ହୋଇଥିବାରୁ ସେ ବିଜେଡି ବିରୋଧରେ ଲେଖି ବିଶ୍ୱଜିତଙ୍କ ନିକଟକୁ ପଠାଇଥିଲେ। ଏହିଭଳି ଭାବେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ କଥା କଟାକଟି ହୋଇଥିଲା। ପରେ ଅପରାହ୍ନରେ ବବୁଲ୍‌ଙ୍କ ମା’ ଏ ନେଇ ବିଶ୍ୱଜିତଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ବିଶ୍ୱଜିତ ନ ଥିବାରୁ ସେ ଫେରିଆସିଥିଲେ। ସନ୍ଧ୍ୟାରେ ବିଶ୍ୱଜିତ ତାଙ୍କ ୨ ସହଯୋଗୀଙ୍କ ସହିତ ବବୁଲ୍‌ଙ୍କ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ପରେ ଉତ୍‌କ୍ଷିପ୍ତ ହୋଇ ବବୁଲ୍‌ଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହି ସମୟରେ ବବୁଲଙ୍କ ଭାଇ ଚଗୁଲ ଓ ଜଣେ ସମ୍ପର୍କୀୟ ଦିନେଶ ବେହେରା ସେମାନଙ୍କୁ ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ପରେ ସେମାନେ ମଧ୍ୟ ବିଶ୍ୱଜିତ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମସ୍ତେ ଆହତ ହୋଇଥିଲେ। ଏ ନେଇ ଇଟାମାଟି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା। ବିଶ୍ୱଜିତଙ୍କ ଅଭିଯୋଗକୁ ଆଧାର କରି ପୋଲିସ ୮୧/୧୯ରେ ଏକ ମାମଲା ରୁଜୁ କରି ବବୁଲ, ଚଗୁଲ ଓ ସହଯୋଗୀ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବବୁଲଙ୍କ ଅଭିଯୋଗକ୍ରମେ ପୋଲିସ ୮୨/୧୯ରେ ମାମଲା ରୁଜୁ କରିଥିଲେ ମଧ୍ୟ ବିଜେଡି କର୍ମୀଙ୍କୁ ଗିରଫ କରି ନ ଥିଲା। ଏହାର ପ୍ରତିବାଦରେ ଥାନା ଘେରାଉ କରାଯାଇଥିବା ଭାଜପା ଜିଲା ସଭାପତି ସନ୍ନ୍ୟାସୀ ନାୟକ ପ୍ରକାଶ କରିଛନ୍ତି। ଘେରାଉରେ ଲାଲା ମନୋଜ ରାୟ, ସନ୍ତୋଷ ପ୍ରଧାନ, ରାଘବ ମଲ୍ଲିକ ପ୍ରମୁଖ ସାମିଲ ଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରିଥିଲେ। ଏ ନେଇ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ କହନ୍ତି, ଏହି ଘଟଣାରେ ଭାଜପା ପକ୍ଷରୁ ୩ଜଣଙ୍କୁ ଗିରଫ କରାଯାଇଛି। ବିଜେଡି କର୍ମୀ ବିଶ୍ୱଜିତ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଗିରଫ କରାଯାଇନାହିଁ। ସେହିଭଳି ବିଶ୍ୱଜିତଙ୍କ ଭିଣୋଇ ସୌଭାଗ୍ୟ ରାଉତରାୟ ଓ ସାଙ୍ଗ କାହ୍ନୁ ସାହୁ ଫେରାର୍‌ ଅଛନ୍ତି। ଏମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସୁନା ବନ୍ଧକ ରଖିବା ଆଳରେ ୫ ଜଣଙ୍କଠାରୁ ଠକିଥିଲେ ଲକ୍ଷାଧିକ ଟଙ୍କା, ମହିଳାଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ନକଲି ସୁନା ବନ୍ଧକ ରଖି ୫ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ...

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ...

ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍‌ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…

ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର...

Job Alert: ଟିମ୍‌ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା; କିଏ-କିଏ ଏବଂ କିଭଳି କରିପାରିବେ ଆବେଦନ… 

ନୂଆଦିଲ୍ଲୀ,୧୬।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)ରେ ନିଯୁକ୍ତି ସୁଯୋଗ। ବୋର୍ଡ ପକ୍ଷରୁ ବୁଧବାର ଖାଲି ପଦବୀ ବିଷୟରେ ସୂଚନା ଦିଆଯାଇଥିଲା। ଇଣ୍ଡିଆ ମହିଳା ଟିମ୍‌କୁ ମୁଖ୍ୟ...

ଜଷ୍ଟିସ୍‌ ବି.ଆର୍‌. ଗଭାଇ କିଏ? ଯିଏ ହେବେ ଭାରତର ପରବର୍ତ୍ତୀ CJI 

ନୂଆଦିଲ୍ଲୀ,୧୬।୪:  ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଜଷ୍ଟିସ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image