ନୂଆଦିଲ୍ଲୀ,୧୧।୮: ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସୁରକ୍ଷାର ଡୋର। ଜୀବନ ଥିବା ପର୍ଯ୍ୟନ୍ତ ଭାଇ ଭଉଣୀକୁ ସୁରକ୍ଷା ଦେବାକୁ କଥା ଦେବ। ଏବେ ଏହି ରାକ୍ଷୀକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଭଉଣୀଟି ଭାଇଙ୍କୁ ରାକ୍ଷୀ ବାନ୍ଧିବା ସମୟରେ ଭାଇ ସାମନ୍ୟ ଦୁଷ୍ଟାମୀ କରିବାରୁ ଏହା ସହ୍ୟ କରିପାରିନି ଭଉଣୀ। ଭାଇ ଭଉଣୀକୁ ସୁରକ୍ଷା ଦେବ କ’ଣ ଏଠି ନିଜେ ଭାଇ ଭଉଣୀର ମାଡରୁ ବର୍ତ୍ତି ପାରୁନାହିଁ। ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ ହସିହସି ବେଦମ୍ ହୋଇଯାଉଛନ୍ତି। ଭିଡିଓଟି କେବେକାର ଓ କେଉଁସ୍ଥାନର ତାହା ସ୍ପଷ୍ଟ ହୋଇନାହିଁ।