ସୋସିଆଲ ମିଡିଆରେ ଭାଇରାଲ ହେଉଛି ‘ଇଣ୍ଡିୟାନ୍‌-୨’ର ଫଟୋ

ମୁମ୍ବାଇ: ଅଭିନେତା କମଳ ହାସନଙ୍କ ଆଗାମୀ ଫିଲ୍ମ ‘ଇଣ୍ଡିୟାନ୍‌-୨’ର ଶୁଟିଂ ଏବେ ଗ୍ବାଲିୟରକୁ ସିଫ୍ଟ କରି ଦିଆଯାଇଛି। ନିକଟରେ ଭୋପାଳରେ ୪୦ କୋଟି ଟଙ୍କା ବ୍ୟୟରେ ଏହାର ଏକ ଆକ୍ସନ ସିନ୍‌ ଶୁଟ୍‌ କରାଯାଇଥିଲା। ତେବେ ଗ୍ବାଲିୟର ସିପ୍ଟ ହେବା ଖବର ଡିଜାଇନର ଅମୃତା ରାମ ତାଙ୍କ ଟୁଇଟରରେ ସୂଚନା ଦେଇଛନ୍ତି। ୧୯୯୨ରେ ତାମିଲ ବ୍ଲକବଷ୍ଟର ଇଣ୍ଡିୟାନର ସିକ୍ୱିଏଲ ହେଉଛି ‘ଇଣ୍ଡିୟାନ୍‌-୨’। ପାଖାପାଖି ୨ ଦଶକ ପରେ ହାସନ ଓ ଶଙ୍କର ଏକାଠି କାମ କରୁଛନ୍ତି। ଏଥିରେ ସିଦ୍ଧାର୍ଥ, କାଜଲ ଅଗ୍ରଓ୍ବାଲ, ରକୁଲ ପ୍ରୀତ ସିଂ ଓ ପ୍ରିୟା ଭବାନି ଶଙ୍କର ପ୍ରମୁଖ ଅଭିନୟ କରିଛନ୍ତି।

Share