ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ମୁହଁ ଖୋଲିଲେ ପପୁ : ମୋ’ ଚିନ୍ତାଧାରାର ନୁହେଁ ଏହି ପୋଷ୍ଟର

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତା ପପୁ ପମ୍‌ପମ୍‌ ରବିବାର ମୁହଁ ଖୋଲିଛନ୍ତି। ଉକ୍ତ ପୋଷ୍ଟରଟି ମୋ’ ଚିନ୍ତାଧାରାର ନୁହେଁ, ମୁଁ ଭୁଲ କରିନାହିଁ। ବାହାରେ କିଏ ପୋଷ୍ଟର କରିଛନ୍ତି ଜାଣିନି। ସେଥିପାଇଁ ମୁଁ ଉତ୍ତରଦାୟୀ ନୁହେଁ। ପ୍ରଯୋଜକଙ୍କୁ ମଧ୍ୟ ଏ ବିଷୟରେ ପଚାରିଛି। ପୋଷ୍ଟରଟି ପ୍ରଯୋଜନା ସଂସ୍ଥା ପକ୍ଷରୁ ହୋଇନାହିଁ। ଏଣୁ ଯିଏ କରିଛି ତାକୁ ଖୋଜି ବାହାର କରାଯାଉ ବୋଲି ପପୁ ସୋସିିଆଲ ମିଡିିଆରେ ଭିଡିଓ ଜାରି କରି କହିଛନ୍ତି।
ପ୍ରକାଶଥାଉ କି, ସିଦ୍ଧାର୍ଥ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ଉକ୍ତ ଫିଲ୍ମର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଛନ୍ତି ପପୁ। ଉକ୍ତ ପୋଷ୍ଟରରେ ୭ ଜଣ ଯୁବତୀ ଘୋଡ଼ା ଭଳି ଆଣ୍ଠେଇ ଥିବାବେଳେ ପପୁ ରଥର ସାରଥୀ ଭଳି ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ ଚକ୍ର ଧରିବା ଶୈଳୀରେ ଫଟୋ ଉଠାଇଛନ୍ତି । ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ସାମାଜିକ ଅନୁଷ୍ଠାନ, ମହିଳା ସଂଗଠନ ଏହାକୁ ବନ୍ଦ କରିବା ସହ ନିର୍ଦ୍ଦେଶକ ଓ ପ୍ରଯୋଜକ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହିଳା ଥାନାରେ ଏନେଇ ଏକ ଅଭିଯୋଗ ହେବା ପରେ ପୋଲିସ ଆଇପିସି ଦଫା ୬ ଲଗାଇ ପ୍ରଯୋଜନା ସଂସ୍ଥା ନାମରେ ମାମଲା (ନଂ. ୮୯/୧୯) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡା. ହରି ବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ପ୍ରତିଧ୍ୱନୀ ନୃତ୍ୟୋତ୍ସବ ୨୦୨୪ ପାଳିତ

ଭୁବନେଶ୍ଵର,୨୧।୧୨: ଗୁରୁ ଦେବପ୍ରସାଦ ନୃତ୍ୟ ଧାରା, ସିଙ୍ଗାପୁର ପକ୍ଷରୁ ପ୍ରଥମ ଥର ପାଇଁ ଭୁବନେଶ୍ବର ସ୍ଥିତ ଜିକେସିଏମ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ଉତ୍କଳ ରଙ୍ଗମଞ୍ଚରେ ନୃତୋତ୍ସବ”...

ଚିଟ୍ ଫଣ୍ଡ ସ୍କାମର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ,୨୪।୧୨: ଏକ ସମୟ ଏପରି ଥିଲା ଯେଉଁ ସମୟରେ ଓଡ଼ିଶାର ପ୍ରତ୍ୟେକ ଲୋକେ ଅଧିକ ଲାଭ ଆଶାରେ ଚିଟ୍ ଫଣ୍ଡରେ ଟଙ୍କା ନିବେଶ କରି ଠକାମିର...

ଚାଷୀଙ୍କ ପାଇଁ ବଡ଼ ଆଶ୍ବସ୍ତି: ଧାନର ମାନ କମ୍‌ ଥିଲେ ବି କିଣିବେ ସରକାର

ଭୁବନେଶ୍ୱର,୨୪।୧୨: ରାଜ୍ୟରେ ଅଦିନିଆ ବର୍ଷ କାରଣରୁ ବିଭିନ୍ନ ଜିଲାରେ ଧାନଚାଷୀମାନେ ସଂକଟରେ ପଡିଛନ୍ତି। ବର୍ତମାନ ଧାନ ଅମଳ ସହିତ ମଣ୍ଡିରେ ବିକ୍ରି ପ୍ରକ୍ରିୟା ଚାଲିଥିବା ବେଳେ...

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି...

କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି

କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ...

ପିସିସି ସଭାପତି ଚୟନକୁ ନେଇ ମୋକିମଙ୍କ ବଡ଼ ବୟାନ

ଭୁବନେଶ୍ୱର,୨୪।୧୨: କଂଗ୍ରେସ ପିସିସି ସଭାପତି ଚୟନ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ ସୋମବାର ଏକ ବଡ଼ ବୟାନ...

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

ଭୁବନେଶ୍ୱର, ୨୪ା୧୨(ସୁନିତ୍‌ ମିଶ୍ର):ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସୋମବାର ତ୍ରିପାକ୍ଷିକ ବୁଝାମଣାପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri