ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଚାଉଳ ମିଳିଲା

ଜହ୍ନାପଙ୍କ, ୧୭।୪ (ଡି.ଏନ.ଏ.): ବର୍ତ୍ତମାନ କରୋନା ପାଇଁ ଲକ୍‌ ଡାଉନ ଯୋଗୁ କାମ ଧନ୍ଦା ଠପ୍‌ ହୋଇଯାଇଛି । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋକ୍ତାଙ୍କୁ ୩ ମାସର ଚାଉଳ ଦେବା ସହିତ ହଜାରେ ଟଙ୍କା ମଧ୍ୟ ଦେବାର ବ୍ୟବସ୍ଥା କରିଛନ୍ତି । ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ କର୍ତ୍ତୃପକ୍ଷ ଜହ୍ନାପଙ୍କ ଗ୍ରାମକୁ ଯାଇ ୬ ତାରିଖରେ ହିତାଧିକାରୀଙ୍କୁ ଚାଉଳ ସହିତ ୧ ହଜାର ଟଙ୍କା ଦେଇଥିଲେ। ହେଲେ ଆର୍ଥତ୍କ ଅନଟନ ଯୋଗୁଁ ନିଜ କାର୍ଡକୁ ମହାଜନଠାରେ ବନ୍ଧା ଦେଇଥିବା ବନିତା ନାଗ, ରଜନୀ ବେହେରା, ନବୀନ ବେହେରା, ସୁରୁବାବୁ ବେହେରା, ଦୁର୍ଯ୍ୟୋଧନ ବେହେରା, ମକରନ୍ଦ ପାଣିଗିରି, ନିମାଇଁ ପାଣିଗିରି, ବାବୁଲା ମିର୍ଦ୍ଧା, ସନ୍ତ ପାଣିଗିରି, ରଜନୀ ବେହେରା, ଶ୍ୱେତ ବେହେରା, କାର୍ତ୍ତିକ ବେହେରାଙ୍କୁ ଚାଉଳ ମିଳି ନ ଥିଲା । ଏ ନେଇ କେଦାର ସାହୁ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପ୍ରସ୍ତୁତି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପ୍ରଶାସନ ଏହା ଜାଣିବା ପରେ ପଦକ୍ଷେପ ନେଇଛି। ଶେଷରେ ଉପଭୋକ୍ତାଙ୍କୁ ଚାଉଳ ମିଳି ପାରିଛି।

Share