Categories: ଜାତୀୟ

ସୋସିଆଲ ମିଡିଆରେ ମୋଦିଙ୍କ ବିକୃତ ଫଟୋ ଛାଡିବା ପଡିଲା ମହଙ୍ଗା: ଫେସବୁକ୍‌ରୁ ବର୍ଷେ ବାସନ୍ଦ

ମଦୁରାଇ,୬।୧୧: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକୃତ ଫଟୋ ଛାଡିବା ମହଙ୍ଗା ପଡିଛି। ତାମିଲନାଡୁ କନ୍ୟାକୁମାରୀର ଜବିନ ଚାଲର୍‌ସ ଏବଂ ମଦୁରାଇ ଜିଲାର ମହେଦେବଙ୍କୁ ଫେସବୁକରୁ ବର୍ଷେ ବାସନ୍ଦ କରାଯାଇଛି। ଜବିନ ଚାର୍ଲସ ବର୍ଷେ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ଏହି ଦୁଇ ବ୍ୟକ୍ତି ଯଦି ସୋସିଆଲ ମିଡିଆ ବ୍ୟବହାର କରୁଥିବାର ପ୍ରମାଣ ମିଳେ ତାହେଲେ ତାଙ୍କ ଜାମିନ ଖାରଜ ହେବ ବୋଲି ମାଡ୍ରାସ ହାଇକୋର୍ଟର ଜଷ୍ଟିସ ଜି. ଆର ସ୍ବାମୀନାଥନ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଏହି ଦୁଇଜଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିକୃତ ଫଟୋ ଭାଇରାଲ କରିଥିଲେ।

Share