Categories: ଖେଳ

ସୋସିଆଲ ମିଡିଆର ‘କିଙ୍ଗ୍‌’ ହେଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କ୍ରିକେଟର ଭଗବାନ୍‌ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ସେ ଖୁବଶୀଘ୍ର ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କଲେଣି। ତେବେ ଖାଲି କ୍ରିକେଟରେ ନୁହେଁ, ସୋସିଆଲ ମିଡିଆର ‘କିଙ୍ଗ୍‌’ ସାବ୍ୟସ୍ତ ହୋଇଛନ୍ତି କୋହଲି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟୁଇଟର ଭଳି ପ୍ରତି ପ୍ଲାଟଫର୍ମରେ ସର୍ବାଧିକ ୩୦ ମିଲିୟନରୁ ଅଧିକ ଲୋକ ଫଲୋ କରୁଛନ୍ତି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ସଚିନ ତେନ୍ଦୁଲକର, ତୃତୀୟ ସ୍ଥାନରେ ମହେନ୍ଦ୍ର ସିଂ ଧୋନୀ, ଚତୁର୍ଥ ସ୍ଥାନରେ ରୋହିତ ଶର୍ମା, ପଞ୍ଚମରେ ସୁରେଶ ରାଇନା, ଯୁବରାଜ ସିଂ ଷଷ୍ଠ, ହରଭଜନ ସିଂ ସପ୍ତମ, ଦକ୍ଷିଣ ଆଫ୍ରିକାର ଡି.ଭିଲିୟର୍ସ ଅଷ୍ଟମ, ଶିଖର ଧାଓ୍ବନ ନବମ ଏବଂ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଦଶମ ସ୍ଥାନରେ ଅଛନ୍ତି।

Share