Categories: ଜାତୀୟ

ସୋସିଆଲ ମିଡିଆ-ଆଧାର ଲିଙ୍କ୍‌ ପାଇଁ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୬ା୨(ପି.ଟି.): ସୋସିଆଲ ମିଡିଆ ୟୁଜର୍ସଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହ ସଂଯୋଗ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ଫେକ୍‌ ନ୍ୟୁଜ୍‌ ଓ ପର୍ନୋଗ୍ରାଫିକୁ ରୋକିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ବୁଧବାର ଲୋକ ସଭାରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିମ୍ନ ସଦନରେ ପ୍ରଶ୍ନକାଳରେ କହିଛନ୍ତି, ପର୍ନୋଗ୍ରାଫି, ବିଶେଷକରି ଶିଶୁଙ୍କୁ ନେଇ ଚାଲିଥିବା ଅଶ୍ଳୀଳ ଚିତ୍ର ଏକ ଗମ୍ଭୀର ମାମଲା। ରିଭେଞ୍ଜ ପର୍ନ ମଧ୍ୟ ଦେଶରେ ବଢ଼ିବାରେ ଲାଗିଛି। ଏହା ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏଥିସହ ମିଥ୍ୟା ଖବର ଓ ଦେଶବିରୋଧୀ ବିଷୟ ଥିବା ପୋଷ୍ଟଗୁଡ଼ିକର ପ୍ରସାରକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ନେଇସାରିଲେଣି ବୋଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରବିଶଙ୍କର ସୂଚନା ଦେଇଛନ୍ତି।

Share