Categories: ବାଣିଜ୍ୟ

ସୋସିଆଲ ମିଡିଆ ଆଧାର ଲିଙ୍କ ନେଇ ପ୍ରସ୍ତାବ ନାହିଁ: ପ୍ରସାଦ

ନୂଆଦିଲ୍ଲୀ,୨୧-୧୧: ବ୍ୟକ୍ତିବିଶେଷଙ୍କ ଆଧାରକୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ସହ ସଂଯୋଗ କରିବା ନେଇ କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ଏ ନେଇ ସ୍ପଷ୍ଟ କରିଛନ୍ତି। ସଂସଦରେ ଏକ ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ସରକାର ଏଭଳି କୌଣସି ପ୍ରସଙ୍ଗକୁ ଏବେ ବିଚାର କରୁ ନାହାନ୍ତି। ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି ପ୍ରସାଦ କହିଛନ୍ତି ଦେଶ ମଧ୍ୟରେ କାର୍ଯ୍ୟ କରୁଥିବା ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ୧.୪୭ ଲକ୍ଷ କୋଟି ଟଙ୍କାର ପୁରୁଣା ଦେୟ ପ୍ରଦାନ କରିବେ। ସୁଧ ଏବଂ ଜରିମାନା ବାବଦକୁ କମ୍ପାନୀଗୁଡିକ ପ୍ରଦାନ କରିବାକୁ ଥିବା ଦେୟକୁ ଛାଡ କରିବା ନେଇ ମଧ୍ୟ ସରକାର ପ୍ରସ୍ତାବ ରଖି ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ବିଏସ୍‌ଏନ୍‌ଏଲ୍‌କୁ ଲାଭଜନକ ସ୍ଥିତିକୁ ନେବା ଦିଗରେ ପଦକ୍ଷେପ ନିଆଯାଉଥିବା ସେ ମତ ରଖିଛନ୍ତି।

Share