Categories: ଜାତୀୟ

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌: ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୦ା୧୨(ପ.ଟି.): ସୋସିଆଲ୍‌ ମିଡିଆକୁ ଆଧାର, ପାନ୍‌ କିମ୍ବା ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହା ଦ୍ୱାରା ସାଧାରଣ ଆକାଉଣ୍ଟଧାରୀଙ୍କ ତଥ୍ୟ ବିଦେଶକୁ ଚାଲିଯିବ ବୋଲି ଅଦାଲତ କହିଛନ୍ତି। ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ବିଚାରପତି ସି. ହରିଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, ଟୁଇଟର, ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ଆଧାର, ପାନ୍‌ ଓ ଅନ୍ୟ କୌଣସି ପରିଚୟ ଦସ୍ତାବିଜ୍‌ ସଂଯୋଗ ପାଇଁ ନୂଆ ନିୟମର ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଆଇନରେ ସଂଶୋଧନ ଆଣିବାକୁ ପଡିବ। ଏହି କାର୍ଯ୍ୟ ଅଦାଲତ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

Share