ହାଟଡିହୀ,୨୨।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ ସରପଞ୍ଚ କାଞ୍ଚନ ନାୟକଙ୍କ ବିରୋଧରେ ୱାର୍ଡ ସଭ୍ୟାସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ବୁଧବାର ୧୪ଟି ୱାର୍ଡ ମଧ୍ୟରୁ ୧୧ ସଭ୍ୟାସଭ୍ୟ ଏହି ଅନାସ୍ଥା ପ୍ରସ୍ତାବ ଆନନ୍ଦପୁର ଉପଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ୱାର୍ଡରେ କୌଣସି କାର୍ଯ୍ୟ ହୋଇ ନ ଥିବା ବେଳେ ସରପଞ୍ଚ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ୨୦ ତାରିଖରେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଉପଜିଲାପାଳଙ୍କୁ ଜଣାଇଛନ୍ତି।