Categories: ଖେଳ

ସୋହିନୀଙ୍କୁ ଟାଇଟଲ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ମୁମ୍ବାଇଠାରେ ଶୁକ୍ରବାର ଏମଏସଏଲଟିଏ(ମହାରାଷ୍ଟ୍ର ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ)-ୟୋନେକ୍ସ ସନ୍‌ରାଇଜ୍‌ ସୁପର ସିରିଜ ଟେନିସ ଟୁର୍ନାମେଣ୍ଟ ଶେଷ ହୋଇଛି। ଏହାର ୧୨ ବର୍ଷରୁ କମ୍‌ ବାଳିକା ବିଭାଗରେ ଓଡ଼ିଶାର ସୋହିନୀ ଏସ. ମହାନ୍ତି ଚାମ୍ପିୟନ ହୋଇଛନ୍ତି। ସମ୍ପ୍ରତି ସର୍ବଭାରତୀୟ ର଼୍ୟାଙ୍କ୍‌ର ୪ ନମ୍ବରରେ ଥିବା ସୋହିନୀ ଏହି ପ୍ରତିଯୋଗିତାରେ ଟପ୍‌ସିଡ୍‌ ଥିଲେ। ଫାଇନାଲରେ ସେ ଭାରତୀୟ ର଼୍ୟାଙ୍କ୍‌ର ୧୫ତମ ସ୍ଥାନରେ ଥିବା ପଶ୍ଚିମବଙ୍ଗର ସୈଜାୟାନ ବାନାର୍ଜୀଙ୍କୁ ସିଧାସଳଖ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଟାଇଟଲ ହାସଲ କରିଥିବାରୁ ପ୍ରତିଯୋଗିତାରୁ ସୋହିନୀଙ୍କୁ ୫୦ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ମିଳିଛି।

Share