Advertisement

ସୋହେଲା ହତ୍ୟା ମାମଲା : ଜଣେ ନାବାଳକଙ୍କ ସମେତ ୫ ଗିରଫ

ସୋହେଲା,୧୦।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲାଠାରେ ରାବଣ ପୋଡ଼ି ସମୟରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ସଂପୃକ୍ତ ପୋଲିସ ଜଣେ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ା ଗୁରୁବାର ଅପରାହ୍ନରେ ସୋହେଲା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲା କୁମ୍ଭାରବନ୍ଧ ପଡ଼ାର ଚିଙ୍ଗୁରୁ ଓରଫ ସୁଶାନ୍ତ ସୁନା(୨୧), ନରେଶ ଓରଫ ବୁଟି ପୋଢ଼(୨୫), ସଞ୍ଜୀବ କୁମ୍ଭାର(୨୩), ସଞ୍ଜୟ ଓରଫ ବୁଠି କୁମ୍ଭାର(୨୦) ଓ ୧୨ବର୍ଷର ଜଣେ ନାବାଳକ। ବରଗଡ଼ ଏସ୍‌ପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ସୋହେଲା ଆଇଆଇସି ନିର୍ମଳ କୁମାର ମହାପାତ୍ର ଓ ଷ୍ଟାଫ୍‌ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ସୋହେଲା ଥାନାରେ ଏ ନେଇ କେସ୍‌ ନମ୍ବର ୧୬୭/୧୯ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share