ଓ୍ବାଶିଂଟନ,୨୦।୧୧: ଇରାକ ପକ୍ଷରୁୁ ଆକ୍ରମଣ ଆଶଙ୍କା କରି ଆମେରିକା ସୌଦିର କେତେକ ଅଞ୍ଚଳରେ ୩ ହଜାର ସୈନ୍ୟ ମୁତୟନ କରିଛି। ଏନେଇ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍ ଔପଚାରିକ ଭାବେ ଘୋଷଣା କରିଛନ୍ତି। ସୌଦିର ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ହେଉଥିବା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ସୁରକ୍ଷା ଲାଗି ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ଗତ ସେପ୍ଟମ୍ବରରେ ସୌଦିର କେତେକ ତୈଳ ଏବଂ ଗ୍ୟାସ୍ କୂପ ଉପରେ ଇରାକ ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଭଳି ଘଟଣା ଯେପରି ଆଉ ନ ଘଟିବ ସେଥିପାଇଁ ଆମେରିକା ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।