ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ ଯାତ୍ରା କରିପାରିବେ ବୋଲି ଜଣାପଡିଛି। ସୌଦି ସରକାର ଏବେ ୨୧ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ଏହି ନିୟମ ଲାଗୁ କରିଥିବା ସୂଚନା ମିଳିଛି। ଗତବର୍ଷ ଏହାକୁ ନେଇ ନାନା ଆଲୋଚନା ହୋଇଥିବା ବେଳେ ଏବର୍ଷ ସୌଦି ସରକାର କହିଛନ୍ତି ଏଣିକି ୨୧ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପୁରୁଷଙ୍କ ବିନା ପରାମର୍ଶରେ ଏକେଲା ବିଦେଶ ଯାତ୍ରା କରିପାରିବେ। ସୌଦିର ଏକ ସରକାରୀ ଖବର କାଗଜରେ ଏହା ପ୍ରକାଶିତ ହୋଇଥିବା ବେଳେ ଏହି ତଥ୍ୟ କେଉଁଠୁ ମିଳିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।