Categories: ଖେଳ

ସୌଭାଗ୍ୟଙ୍କୁ ଆଇରନ ମ୍ୟାନ ଟାଇଟଲ

କଟକ ଅଫିସ,୩୧ା୭-ଓଡ଼ିଶାର ସୌଭାଗ୍ୟ କୁମାର ରଥ ଆଇରନ ମ୍ୟାନ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆଇରନ ମ୍ୟାନ ପ୍ରତିଯୋଗିତାର ସବୁ ରାଉଣ୍ଡକୁ ସଫଳତାର ସହ ଶେଷ କରି ସୌଭାଗ୍ୟ ଏହି କୃତୀତ୍ୱ ଅର୍ଜନ କରିଛନ୍ତି । ପୂର୍ବରୁ ସିଦ୍ଧାର୍ଥ ରାଉତରାୟ ଆଇରନ ମ୍ୟାନ ଟାଇଟଲ ହାସଲ କରିଥିଲେ।
ବିଶ୍ୱର ବଛାବଛା ୨୬୫୦ ପ୍ରତିଯୋଗୀଙ୍କୁ ନେଇ ହାମବର୍ଗରେ ଏହି ପ୍ରତିଯୋଗିତା ହୋଇଥିଲା। ୧୬ଜଣ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ସୌଭାଗ୍ୟ ଏକମାତ୍ର ଓଡ଼ିଆ ପ୍ରତିଯୋଗୀ ଥିଲେ। ଆଇରନ ମ୍ୟାନ ପ୍ରତିଯୋଗିତାରେ ଆଲଷ୍ଟର ନଦୀରେ ୩.୮କିମି ସନ୍ତରଣ, ୧୮୦କିମି ସାଇକେଲ ଚାଳନା ଓ ୪୨କିମି ଦୌଡ଼ ସାମିଲ ଥିଲା । ଉକ୍ତ ୩ଟି ଯାକ ଇଭେଣ୍ଟକୁ ୧୫ ଘଣ୍ଟା ୫୦ମିନିଟରେ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସୌଭାଗ୍ୟ ୧୫ଘଣ୍ଟା ୨୭ମିନିଟ ୫୯ ସେକେଣ୍ଡରେ ଲକ୍ଷ୍ୟ ଅତିକ୍ରମ କରି ଉକ୍ତ ସଫଳତା ସାଉଁଟିଥିଲେ। ୧୬ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରୁ ୨ଜଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ଅତିକ୍ରମ କରି ପାର ନ ଥିଲେ। ପୂର୍ବରୁ ଶ୍ରୀଲଙ୍କାରେ ଓ ଜର୍ମାନୀରେ ଆଇରନ ମ୍ୟାନ ପ୍ରତିଯୋଗିତାରେ ମଧ୍ୟ ସୌଭାଗ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଏବେ ଲକ୍ଷ୍ୟ ପୂରଣ ହୋଇଥିବାରୁ ବିଭିନ୍ନ ବର୍ଗରୁ ସୌଭାଗ୍ୟଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି । ନିଜ ପ୍ରତିକ୍ରିୟାରେ ସୌଭାଗ୍ୟ କହିଛନ୍ତି ଯେ, ଶ୍ରୀଲଙ୍କାର କଲମ୍ବୋ ପ୍ରତିଯୋଗିତା ପରେ ଜର୍ମାନୀ ନିମନ୍ତେ ବହୁତ ପରିଶ୍ରମ କରିଥିଲି । ଶୁଭେଚ୍ଛୁଙ୍କ ଭଲ ପାଇବା ଓ ପିତାମାତା, ଭଗବାନଙ୍କ ଆଶୀର୍ବାଦ ମୋ ସହିତ ଥିଲା । ଜର୍ମାନୀରେ ଗ୍ରୀଷ୍ଣ ପ୍ରବାହ ଯୋୁଁ ପ୍ରତିଯୋଗିତା ବହୁ କଷ୍ଟ ଦାୟକ ଥିଲା। ମା’ ବାସନ୍ତୀ ରଥ ଓ ପିତା ସ୍ବର୍ଗତ ପଞ୍ଚାନନ ରଥଙ୍କ ପୁତ୍ର ସୌଭାଗ୍ୟଙ୍କ ଘର ନୟାଗଡ଼ ଜିଲାରେ ।

Share