Categories: ଜାତୀୟ

ସୌରଭ ଜେଇଇ ମେନ୍‌ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ,୧୮ା୧ (ପି.ଟି.): ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ପକ୍ଷରୁ ଶୁକ୍ରବାର ରାତିରେ ଜେଇଇ ମେନ୍‌ ପରୀକ୍ଷା ୨୦୨୦ର ଫଳ ଘୋଷଣା କରାଯାଇଛି। ୯ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ଏହି ପରୀକ୍ଷାରେ ସୌରଭ ସୌମ୍ୟକାନ୍ତ ଦାସ ୯୯.୯୯% ମାର୍କ ସହ ଓଡ଼ିଶା ଟପ୍ପର ହୋଇଛନ୍ତି। ଜାନୁୟାରୀ ୭ରୁ ୯ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁମାନେ ଜେଇଇ ପରୀକ୍ଷା ଦେଇଥିଲେ ସେମାନେ ଅଫିସିଆଲ ଓ୍ବେବସାଇଟ୍‌ jeemain.nic.in ଏବଂ jeemain.nta.nic.inରୁ ଫଳାଫଳ ଦେଖିବା ସହ ଡାଉନଲୋଡ୍‌ କରିପାରିବେ। ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ। ଦିଲ୍ଲୀର ନିଶାନ୍ତ ଅଗ୍ରଓ୍ବାଲଙ୍କ ସମେତ ଗୁଜରାଟ ଓ ହରିୟାଣାରୁ ଜଣେ ଲେଖାଏ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରୁ ୨ ଜଣ ଲେଖାଏ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି।

Share