ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ ଏଠାରେ ଜୀବନସତ୍ତାର ସମ୍ଭାବନାକୁ ଦୃଢ଼ୀଭୁତ କରିଛି। ବ୍ରିଟେନ୍‌ର ଲିଙ୍କନ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଅନୁସାରେ ଏପର୍ଯ୍ୟନ୍ତ ସୌରମଣଳ ବାହାରେ ୪ ହଜାର ଏକ୍ସୋପ୍ଲାନେଟ୍‌ ସମ୍ପର୍କରେ ତଥ୍ୟ ହାସଲ ହୋଇସାରିଛି। ଏସବୁର ଏକ୍ସୋଚନ୍ଦ୍ରମାରେ ଜଳ ଥିବାର ପ୍ରମାଣ ମିଳିଛି। ତେଣୁ ଏଠାରେ ଜୀବନ ଥିବାରୁ ଅନୁମାନ କରାଯାଉଛି। ଏଠାରେ ଥିବା ଜେ-୧୪୦୭ ଚନ୍ଦ୍ରମା ଉପରେ ଅଧ୍ୟୟନ କରାଯାଇ ମହାକାଶ ବିଜ୍ଞାନୀ ଏଭଳି ମତ ଦେଇଛନ୍ତି। ଏହାର ରିପୋର୍ଟ ରୟାଲ ଷ୍ଟୋଲନାମିକାଲ ସୋସାଇଟିର ମାସିକ ପତ୍ରିକାରେ ପ୍ରକାଶ ପାଇଛି।

Share