ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ ଗ୍ରହର ମିଳିଲା ସନ୍ଧାନ

ମାଦ୍ରିଦ୍‌,୨୦।୬: ସୌରମଣ୍ଡଳ ବାହାରେ ପୃଥିବୀ ପରି ୨ଟି ଗ୍ରହର ସନ୍ଧାନ ମିଳିଛି। ଦକ୍ଷିଣ ସ୍ପେନ୍‌ର ଅଲମେରିଆ ସ୍ଥିତ କେଲାର ମହାକାଶ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୌରମଣ୍ଡଳଠାରୁ ପ୍ରାୟ ୧୨.୫ ଆଲୋକ ବର୍ଷ ଦୂରରେ ଥିବା ଟିଗାଇନ୍‌ ଷ୍ଟାର୍‌ ନିକଟରେ ଥିବା ଏହି ୨ ଗ୍ରହରେ ପୃଥିବୀ ଭଳି ଉତ୍ତାପ ରହିଥିବା ମହାକାଶ ବିଜ୍ଞାନୀମାନେ ଦାବି କରିଛନ୍ତି। ତେଣୁ ଏଠାରେ ପୃଥିବୀ ଭଳି ଜୀବନ ଥିବାର ଅନୁମାନ କରାଯାଉଛି। ଗ୍ରହ ଦ୍ୱୟ ଟିଗାଇନ୍‌ ଷ୍ଟାର୍‌ ଚାରିପଟେ ପରିକ୍ରମା କରିବାକୁ ଯଥାକ୍ରମେ ୪ରୁ ୫ ଏବଂ ୧୧ରୁ ୧୨ଦିନ ସମୟ ନେଉଥିବା କୁହାଯାଉଛି। ଏନେଇ ଅଧିକ ଗବେଷଣା ଜାରି ରହିଛି।

Share