ସୌରଶକ୍ତିଚାଳିତ କାର ପ୍ରଦର୍ଶନ : ଘଣ୍ଟାକୁ ଯାଉଛି ୫୦କି.ମି.;  ପ୍ରଦୂଷଣମୁକ୍ତ ସହ କମ୍‌ ଖର୍ଚ୍ଚରେ ଚାଲିବ ଗାଡ଼ି

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଉପରେ ସମସ୍ତେ ଚିନ୍ତାବ୍ୟକ୍ତ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଜନାର୍ଦ୍ଦନ ଗିରି। ତାଙ୍କ ଘର ଘଟଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ। ବ୍ୟୟ ବହୁଳ ପେଟ୍ରୋଲ/ଡିଜେଲ ସାଙ୍ଗକୁ ପରିବେଶର ସୁରକ୍ଷା ପାଇଁ ଜନାର୍ଦ୍ଦନ ନିଜର ପୁରୁଣା ମାରୁତି ୮୦୦ ଗାଡିକୁ ବ୍ୟାଟେରୀ ଚାଳିତ କାର ଭାବେ ତିଆରି କରିଛନ୍ତି। ଏଥିରେ ଲାଗିଛି ସୋଲାର ପ୍ୟାନେଲ ଓ ବ୍ୟାଟେରୀ। ଏହି ସୋଲାର ପ୍ୟାନେଲ ଜରିଆରେ ବ୍ୟାଟେରୀ ଚାର୍ଜ ହୋଇଥାଏ ଏବଂ ଏଥିରେ କାର ବେଶ ସୁରୁଖୁରୁରେ ଚାଲିପାରୁଛି ା ପ୍ରଦୂଷଣ ମୁକ୍ତ ଓ କମ ଖର୍ଚ୍ଚରେ ଗାଡି ଚାଲିପାରିବ। ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ସେ କହିଛନ୍ତି।
ଏଥି ପାଇଁ ତାଙ୍କୁ ପ୍ରାୟ ୩ /୪ ମାସ ସମୟ ଲାଗିଥିଲା ା ପାଖାପାଖି ୧ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି ା ସୋଲାର ପ୍ୟାନେଲ ୫ ଟା, ବ୍ୟାଟେରୀ ୪ ଟି, ମୋଟର, କଣ୍ଟ୍ରୋଲରକୁ ଖଞ୍ଜି ପୁରୁଣା କାରକୁ ନୂଆ ରୂପ ଦେଇଛନ୍ତି। ଏହାକୁ ଥରେ ଚାର୍ଜ କଲେ ପାଖାପାଖି ୯୦ କି.ମି ଯାଇ ପାରିବ। ଏହି କାରକୁ ବୁଧବାର ସେ ରାସ୍ତାକୁ ଆଣି ଶୁଭାରମ୍ଭ କରିଛନ୍ତି। ଦିନକୁ ସେ ୨/୩ ଘଣ୍ଟା କାମ କରିଥାନ୍ତି ା ଏହି କାରକୁ ବ୍ୟାଙ୍କ ପକ୍ଷରୁ ଚାଲିଥିବା ମେଳାରେ ସେ ପ୍ରଦର୍ଶନ କରିବାକୁ ଆଣିଥିଲେ।
ସବୁ ଗାଡିରେ ସୋଲାର ବ୍ୟବସ୍ଥା କରିହେବ। ବର୍ତ୍ତମାନ ପେଟ୍ରୋଲ ଇଞ୍ଜିନ ବ୍ୟବସ୍ଥାକୁ ବାହାର କରି ଦେଇଛନ୍ତି। ତେବେ ଉଭୟ ସୋଲାର (ବ୍ୟାଟେରୀ) ଓ ପେଟ୍ରୋଲ ବ୍ୟବସ୍ଥା କରି ଚାଲିପାରିବ ବୋଲି କହିଛନ୍ତି ା ଏଥିପାଇଁ ଅଧିକ କ୍ଷମତା ସମ୍ପନ୍ନ ବ୍ୟାଟେରୀ ଲଗାଇବାକୁ ପଡିବ ା ଏଣୁ ଏହା ବ୍ୟୟ ବହୁଳ ହେବ ବୋଲି ସେ କହିଛନ୍ତି ା ଏହି ଗାଡି ଏବେ ୫୦ କି.ମି. ପ୍ରତି ଘଣ୍ଟାଚାଲୁଛି ା ତେବେ କିଛି ଦିନ ପରେ ଏହା ଅଧିକ ବେଗରେ ଚାଲିପାରିବ ବୋଲି ତାଙ୍କ ପୁଅ ସୁଧାଂଶୁ ଶେଖର ଗିରି କହିଛନ୍ତି ା ତାଙ୍କ ବାପା ଜଣେ ସଫଳ ଚାଷୀ ମଧ୍ୟ। ଯେଉଁ କାମ କରନ୍ତି ତାକୁ ସଫଳ କରାଇଥାନ୍ତି ବୋଲି ତାଙ୍କ ପୁଅ କହିଛନ୍ତି।