ସୌରଶକ୍ତି ଚାଳିତ ହେବ ବିଧାନସଭା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡିଶା ବିଧାନସଭା ସାୈରଶକ୍ତି ଚାଳିତ ହେବ। ବିଧାନସଭା ଛାତ ଉପରେ ସାୈର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସାୈର ଶକ୍ତି ଚାଳିତ କରାଯିବ ବୋଲି ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ଯୁଗ୍ମ ନିର୍ଦ୍ଦେଶକ ଅଶୋକ ଚାୈଧୁରୀ କହିଛନ୍ତି। ଏଥିରେ ୩୫ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପର କାର୍ଯ୍ୟ ଶାନ୍ତି ଆସୋସିଏଟକୁ ଦିଆଯାଇଛି। ଛାତର ବର୍ଗ ଅନୁଯାୟୀ ୯୦କିଲୋୱାଟ୍‌ର ପ୍ଲାଣ୍ଟ ସ୍ଥାପିତ ହେବ। ବର୍ଷକୁ ୧ଲକ୍ଷ ୧୮ହଜାର ୟୁନିଟ ବିଦ୍ୟୁତ ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ୪ମାସ ମଧ୍ୟରେ ଶେଷ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ସ୍ଥାପନ ହେଲେ ବିଧାନସଭାର ବିଦ୍ୟୁତ ଜନିତ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ ବୋଲି ବାଚସ୍ପତି କହିଛନ୍ତି। ବୈଠକରେ ଓରେଡାର ଅଧିକାରୀମାନେ ଉପସ୍ଥିତ ଥିଲେ।

Share