ସ୍କଟଲାଣ୍ଡର କ୍ଲେଡ୍‌ ନଦୀ ପାଲଟିବ ଗଙ୍ଗା: ଏଥିରେ ଭାରତୀୟ କରିପାରିବେ ଅସ୍ଥି ବିସର୍ଜନ

ଲଣ୍ଡନ,୧୯।୫: ଏଣିକି ସ୍କଟଲାଣ୍ଡ୍‌ର କ୍ଲେଡ୍‌ ନଦୀ ସ୍ଥାନୀୟ ଭାରତୀୟଙ୍କ ପାଇଁ ଗଙ୍ଗା ପାଲଟିବ। ଏଥିରେ ଭାରତୀୟମାନେ ଅସ୍ଥି ବିସର୍ଜନ କରିପାରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବୀକୃତି ମିଳିଛି। ନଦୀର ଏକ ଅଞ୍ଚଳରେ ଏଭଳି ପରମ୍ପରା ପାଳନ ଲାଗି ଅନୁମତି ଦିଆଯାଇଛି। ଏନେଇ ସ୍ଥାନୀୟ ଧୀବରମାନେ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି। ତେବେ ଭାରତୀୟ ପରମ୍ପରା ପାଳନ ଲାଗି ସେମାନଙ୍କୁ ରାଜି କରାଯିବ ବୋଲି ପ୍ରଶାସନ କହିଛି। ଏନେଇ ଇନଭର୍ଟିସ୍‌ କାଉନସିଲ୍‌ ସହିତ ସ୍ଥାନୀୟ ଭାରତୀୟମାନେ ଆଲୋଚନା କରିଛନ୍ତି।

Share