ସ୍କର୍ପିଓରେ ଦେଶୀ ମଦ ଚାଲାଣ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକ ରବିବାର ରାତି ୧୦ଟାରେ ସଦର ଥାନା ତାମୁଳିଆ ଓଭରବ୍ରିଜ୍‌ ନିକଟରେ ଚଢ଼ାଉ କରିଥିଲେ। ଏକ ସ୍କର୍ପିଓ ୧ହଜାର ଲିଟର ମଦ ନେଇଯାଉଥିବା ବେଳେ ତାହାକୁ ଜବତ କରାଯାଇଛି। ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏନେଇ ଭ୍ରାମ୍ୟମାଣ ଥାନାରେ ମାମଲା (ନଂ. ୯/୨୦୨୦-୨୧) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏସ୍‌ଆଇ ଚନ୍ଦ୍ରମୋହନ ସେଠୀ, କନଷ୍ଟେବଳ ଏସ୍‌କେ କଲିମ, ପ୍ରହଲ୍ଲାଦ ବିଶ୍ୱାଳ, ଅଞ୍ଜନ କୁମାର ଜେନା, ତାପସ ମଳିକ, ବିଦ୍ୟାଧର ବିନ୍ଧାଣୀ, ବାପି ରାଉତ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Share