‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମର ପ୍ରମୋଶନ କରିପାରନ୍ତି ଜାଏରା!

‘ଦଙ୍ଗଲ’ ଓ ‘ସିକ୍ରେଟ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଅଭିନେତ୍ରୀ ଜାଏରା ୱାସିମ ବଲିଉଡଠାରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି। ବଲିଉଡକୁ ଆସିବା ପରେ ସେ ତାଙ୍କ ଧର୍ମ ଇସଲାମଠାରୁ ଦୂରେଇ ଯାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କଥା କହିଥିଲେ। କିନ୍ତୁ ଫିଲ୍ମକୁ ଅଲବିଦା କହିବା ପୂର୍ବରୁ ଜାଏରା ‘ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଏବେ ପରଦାକୁ ଆସିନାହିଁ। ଏହି ଫିଲ୍ମରେ ତାଙ୍କ ସହ ପ୍ରିୟଙ୍କା ଚୋପ୍ରା ନଜର ଆସିବେ। ତେବେ ‘ସ୍କାଏ ଇଜ୍‌ ପିଙ୍କ୍‌’ ଫିଲ୍ମର ପ୍ରମୋଶନ କରିବେ କି ନାହିଁ ବୋଲି ପ୍ରଶ୍ନ ଉଠୁଛି। ତେବେ ଏହି ହାଇଭୋଲଟଜ୍‌ ଫିଲ୍ମର ପ୍ରମେଶନ ସେ କରିବେ ବୋଲି ତାଙ୍କ ନିକଟତମ ବନ୍ଧୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ଦଙ୍ଗଲ’ରେ ଅଭିନୟ କରି ଜାଏରା ଦଙ୍ଗଲ ଗାର୍ଲ ନାମରେ ପରିଚୟ ପାଇଥିଲେ। ଜଣେ ଉଚ୍ଚକୋଟୀର ଅଭିନେତ୍ରୀଙ୍କ ହଠାତ୍‌ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Share