Categories: ଫୁରସତ

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ ପୁଲ୍‌ କେବଳ ତାତିରୁ ନିସ୍ତାର ଦେବନି ବରଂ ଏକ ରୋମାଞ୍ଚକର ଅନୁଭୂତି ବି ଦେବ। କାରଣ ଏହାକୁ ସାମ୍‌ନାସାମ୍‌ନିଭାବେ ଥିବା ଦୁଇଟି ୧୦ ମହଲା ବିଶିଷ୍ଟ ଅଟ୍ଟାଳିକ ମଝିଭାଗରେ ଭୂମିଠାରୁ ୩୫ ମିଟର ତଥା ୧୧୫ ଫୁଟ ଉଚ୍ଚତାରେ ଉକ୍ତ ଦୁଇ ଅଟ୍ଟାଳିକାକୁ ସଂଯୋଗକରି ନିର୍ମାଣ କରାଯାଉଛି। ଆଉ ଏହା ସମ୍ପୂର୍ଣ୍ଣ ଟ୍ରାନ୍ସପରେଣ୍ଟ । ତେଣୁ ପହଁରିବାବେଳେ ତଳ ଉପର, ଦୁଇ ପାର୍ଶ୍ୱର ଦୃଶ୍ୟକୁ ଦେଖିହେବ। ଏଠାରୁ ହାଉସ୍‌ ଅଫ୍‌ ପାର୍ଲାମେଣ୍ଟର ଦୃଶ୍ୟ ବି ଦେଖାଯିବ। ପୁଲ୍‌ଟି ୨୫ମିଟର ଲମ୍ବା, ୫ ମିଟର ଓସାର ଓ ୩ ମିଟର ଗଭୀରତା ବିଶିଷ୍ଟ । ଏଥିରେ ପ୍ରାୟ ୪୦୦ ଟନ୍‌ ଜଳ ଧାରଣ କ୍ଷମତା ରହିଛି। ଆଗାମୀ ଗ୍ରୀଷ୍ମଋତୁରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାର ଯୋଜନା ରହିଛି। ଭୂମିଠାରୁ ଏତେ ଉଚ୍ଚତାରେ ହୋଇଥିବା ଉକ୍ତ ପୁଲ୍‌ ହେଉଛି ପୃଥିବୀର ପ୍ରଥମ ସ୍କାଏ ପୁଲ୍‌।

Share