Categories: ଖେଳ

ସ୍କାନ ପରେ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ଧାଓ୍ବନ

ବେଙ୍ଗାଲୁରୁ,୨୦।୧(ପି.ଟି.)- ଭାରତୀୟ ଦଳର ସିନିୟର ଓପନର ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ବାମ କାନ୍ଧରେ ଆଘାତ ପାଇଥିଲେ। ଅଷ୍ଟ୍ରେଲିଆ ଇନିଂସର ୫ମ ଓଭରରେ ପ୍ରତିପକ୍ଷ ଅଧିନାୟକ ଆରୋନ ଫିଞ୍ଚଙ୍କ ଏକ ଶଟକୁ ରୋକିବାକୁ ଯାଇ ଆହତ ହୋଇଥିଲେ। ଆହତ ହେବା ପରେ ସେ ତୁରନ୍ତ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ତାଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଫିଲ୍ଡିଂ କରିଥିଲେ। ଧାଓ୍ବନଙ୍କ ସ୍କାନ କରାଯିବା ପରେ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲେ। ଏଥିଯୋଗୁ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି।

Share