Advertisement

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ତା ସହ ଡ୍ୟାନ୍ସ ମଧ୍ୟ କରୁଥିବା ଦେଖିଛନ୍ତି କି। ହେଲେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ଜଣେ ୪୦ ୫୦ବର୍ଷର ଜଣେ ମହିଳା ସ୍କୁଟର ଚଳାଇବା ସହ ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ୧୮ ସେକେଣ୍ଡର ହୋଇଥିବା ବେଳେ ଏହାକୁ ୩ଲକ୍ଷରୁ ଊର୍ଦ୍ଧ ୟୁଜର୍ସ ଦେଖିସାରିଲେଣି। ଏଥିରେ ଜଣେ ମହିଳା ସ୍କୁଟର ଚଲାଇବା ସହ ବଲିଉଡ୍‌ ଷ୍ଟାର ରଣବୀର ସିଂହଙ୍କ ଫିଲ୍ମର ଏକ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଏହି ଭିଡିଓ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ତାଙ୍କୁ ସ୍କୁଟର ଆଣ୍ଟିର ଆଖ୍ୟା ଦେଇଛନ୍ତି। ତେବେ ସ୍କୁଟରରେ ଏଭଳି ଡାନ୍ସ କି ଷ୍ଟଣ୍ଟ କରିବା ଜୀବନ ପ୍ରତି କେତେ ବିପଦ ବୋଧହୁଏ ଏହି ମହିଳା ଜଣଙ୍କ ଭୁଲିଯାଇଛନ୍ତି। ଏଭଳି କରିବାରୁ ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share