ସ୍କୁଟି ଚାଳିକାଙ୍କୁ ୧୩ ହଜାର ଜରିମାନା

ଭଦ୍ରକ ଅଫିସ, ୭।୯ – ଭଦ୍ରକ ବାଇପାସ୍‌ ୟୁନାନି ହସ୍ପିଟାଲ ରାସ୍ତାରେ ସ୍କୁଟି ଚଳାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ୧୩ ହଜାର ଟଙ୍କା ଜରିମାନା ଦେବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ରସିଦ୍‌ ପ୍ରଦାନ କରାଯାଇଛି। ତାଙ୍କର ଇନସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ଓ ହେଲ୍‌ମେଟ୍‌ ନ ଥିବା କାରଣରୁ ଜୁନିୟର ଏମ୍‌ଭିଆଇ ବିପ୍ରଚରଣ ଚୌଧୁରୀ ଜରିମାନା ଦେବାକୁ ରସିଦ୍‌ ପ୍ରଦାନ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଘର ସରକାରନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି।

Share