ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ପାଟପୁର,୮ା୧: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଟିଗୁଡ଼ା ଗ୍ରାମର ପୀତବାସ ଗୌଡ଼ଙ୍କ ସ୍କୁଟିକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୀତବାସଙ୍କ ଏତଲା କ୍ରମେ ନଂ. ୩/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପୀତବାସ ରାତିରେ ଘର ବାରିପଟେ ସ୍କୁଟି (ନଂ ଓଡ଼ି୦୭ଏଏ୬୪୭୫) ରଖିଥିଲେ। ଗାଡ଼ି ବାହାରେ ଥିବା ସୁଯୋଗ ନେଇ କେହି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ଦେଇଥିଲେ। ମଙ୍ଗଳବାର ସକାଳୁ ଏହା ଦେଖି ପିତବାସ ପାଟପୁର ଥାନାରେ ଏତଲା ଦେଇଥିଲେ।

Share