ସ୍କୁଟି ଡିକିରୁ ଲୁଟିନେଲେ ୪୦ହଜାର

ବଡ଼ସାହି,୧୯ା୯(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରରେ ଥିବା ବ୍ୟାଙ୍କ ସମ୍ମୁଖ ଏକ ସ୍କୁଟି ଡିକିରୁ ବୁଧବାର ଦୁବୃର୍ତ୍ତମାନେ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ସୂଚନା ଅନୁଯାୟୀ, ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମର ଭବେନ୍ଦ୍ର ବେହେରା(୬୫) ନିଜ ଜମାଖାତାରୁ ୪୦ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ପରିଶ୍ରା କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଦୁବୃତ୍ତର୍ର୍ମାନେ ଡିକି ଭାଙ୍ଗି ନଗଦ ଟଙ୍କା, ଜମାଖାତା ସମେତ ସ୍କୁଟିର କାଗଜପତ୍ର ମଧ୍ୟ ନେଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ସେ ଉକ୍ତ ଟଙ୍କା ବ୍ୟାଙ୍କରୁ ଉଠାଇଥିଲେ।