ସ୍କୁଲକୁ ସିଗାରେଟ୍‌, ପାନ ନେଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୯ା୭(ଡି.ଏନ.ଏ.)-କୌଣସି ସରକାରୀ କିମ୍ବା ସେସରକାରୀ ସ୍କଲ ପରିସରକୁ ଶିକ୍ଷକ ଓ ଛାତ୍ରୀଛାତ୍ର ସିଗାରେଟ୍‌, ଗୁଟଖା ଆଦି ନେବା ଉପରେ ନିଷେଧ କରାଯାଇଛି ା ଏଥିପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଟବାକୋ ମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ୍‌ଲାଇନ୍‌କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍‌ ୨୯ ତାରିଖରେ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ଚିଠି (ନଂ-୧୩୪୦୯) ଆସିଥିଲା। ଏହିପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀଙ୍କ ପକ୍ଷରୁ ଉକ୍ତ ଗାଇଡଲାଇନ୍‌କୁ ପଠାଇବା ସହ ଏହାର ପାଳନ କରିବା ପାଇଁ ୫ ତାରିଖରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କୁ ଚିଠି (ନଂ-୧୧୩୧) ଦ୍ୱାରା ନିର୍ଦ୍ଦେଶ ଦେଇଛନ୍ତି ା ଏଥିରୁ ମିଳିଥିବା ସୂଚନା ଅନୁସାରେ, ସ୍କୁଲକୁ କୌଣସି ଶିକ୍ଷକ କିମ୍ବା ଛାତ୍ରୀଛାତ୍ର ସିଗାରେଟ୍‌, ପାନ ଓ ଗୁଟ୍‌ଖା ନେଇ ପାରିବେ ନାହିଁ। ଏଥିସହ ସ୍କୁଲର ୧୦୦ ମିଟର ମଧ୍ୟରେ ସିଗାରେଟ୍‌ ଓ ଗୁଟ୍‌ଖା ବ୍ରିକି ସମ୍ପୂର୍ଣ୍ଣ ନିଷେଧ ରହିଛି ା ଯଦି କୌଣସି କର୍ମଚାରୀ ଓ ଶିକ୍ଷକ ସରକାରଙ୍କ ନିର୍ଦ୍ଦେଶକୁ ଖିଲାପ କଲେ ସେମାନଙ୍କ ବିରୋଧରେ ଓସିଏସ୍‌ (ସିସିଏ ରୁଲ୍ସ) ୧୯୬୨ ର ଧାରା ୧୬ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଚିଠିରେ ବ୍ଲକ ଶିକ୍ଷା ଅଧିକାରୀ ସତର୍କ କରାଇ ଦେଇଛନ୍ତିି ା ସ୍କୁଲ କାନ୍ଥରେ ତମାଖୁ ମୁକ୍ତ ଅଞ୍ଚଳ ବୋଲି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା

Share