Categories: ଖେଳ

ସ୍କୁଲଦିନର ସ୍ମୃତିକୁ ମନେ ପକାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛି। ନିଜ ସହର ରାଞ୍ଚିରେ ପରିବାର ସହ ସେ ସମୟ ବିତାଉଛନ୍ତି। ନିକଟରେ ଧୋନୀ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ଶେୟାର କରି ସ୍କୁଲଦିନର ସ୍ମୃତିକୁ ମନେ ପକାଇଛନ୍ତି। ଭିଡିଓରେ ଗଳି କ୍ରିକେଟ ଖେଳାଯାଉଛି। ବ୍ୟାଟ୍ସମ୍ୟାନ ବୋଲ୍ଡ ଆଉଟ୍‌ ହେଲେ ସୁଦ୍ଧା ଏକଥା ସେ ମାନିବାକୁ ପ୍ରସ୍ତୁତ ନାହାନ୍ତି। ପ୍ରଥମ ବଲ୍‌ ଟ୍ରାଏଲ୍‌ କହି ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ନୁହେଁ ବୋଲି ବ୍ୟାଟ୍‌ ଛାଡୁନାହାନ୍ତି। ବୋଲର୍‌ ସହ ଝଗଡା କରୁଥିବାର ଭିଡିଓରେ ଦେଖାଯାଇଛି। ସାଧାରଣତଃ ଗାଁ ଗହଳିର ପିଲାମାନେ ଖେଳିବାବେଳେ ଏଭଳି ଘଟଣା ଘଟିଥାଏ। ଧୋନୀ ଭିଡିଓଟି ଶେୟାର କରି ନିଜ ସ୍କୁଲ ଦିନରେ ଏଭଳି ଘଟୁଥିଲା ବୋଲି କହିଛନ୍ତି।

Share