ସ୍କୁଲପିଲାଙ୍କୁ ପଢ଼ାଇଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୪୦ ଗାଈ ଗୁହାଳକୁ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗ ଅନୁଧ୍ୟାନ କରିଥିଲେ। ‘ମୋ ଗୋଧନ ସ୍କିମ ଯୋଜନା’ରେ ସେଠାରେ ଗୋବର ଗ୍ୟାସ ଉତ୍ପାଦନ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେଠାରେ ଥିବା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଯାଇ କିଛି ସମୟ ଛାତ୍ରୀଛାତ୍ରଙ୍କୁ ଜିଲାପାଳ ପାଠ ପଢାଇଥିଲେ । ଏଥିସହିତ ସ୍କୁଲ ପିଲାଙ୍କ ନିମନ୍ତେ ପାଠାଗାର ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ l ଖେଳପଡିଆ, ପାନୀୟଜଳ ବ୍ୟବସ୍ଥା ଆଦି ଉପରେ ମଧ୍ୟ ଜିଲାପାଳ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ l ସ୍କୁଲ ପିଲାମାନେ ସ୍କୁଲକୁ କିପରି ଆସୁଛନ୍ତି ସେ ନେଇ ଜିଲାପାଳ ପଚାରି ବୁଝିଥିଲେ। ପିଲାମାନଙ୍କ ଯାତାୟାତ ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ପରାମର୍ଶ ଦେଇଥିଲେ l ଜିଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ଜ୍ୟୋତିଶଙ୍କର ରାଏ, ବ୍ଲକ ସିଡିପିଓ, ସମିତିସଭ୍ୟ, ପରିଚାଳନା କମିଟି ସଭାପତି ବାବୁଲା ପଲାଇ, ସ୍କୁଲ ଭାରପ୍ରାପ୍ତ ପ୍ରିନି୍ସପାଲ ପ୍ରମୋଦ କୁମାର ଓଝାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ l

Share