Categories: ଜାତୀୟ

ସ୍କୁଲରେ ଆରମ୍ଭ କରାଗଲା ‘କରୋ ନା କ୍ଲାସ’

ବାରାଣସୀ,୮।୩: କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଏହାକୁ ନେଇ ସବୁଠି ସଚେତନା କରାଯାଉଛି। ବାରାଣସୀର ଏକ ଘରୋଇ ସ୍କୁଲରେ ମଧ୍ୟ କରୋନା ଭାଇରସ ସମ୍ପର୍କିତ ସଚେତନତା ଦେଖିବାକୁ ମିଳିଛି। ପିଲାମାନଙ୍କୁ କ’ଣ କରିବା କ’ଣ ନ କରିବା ଏସମ୍ପର୍କରେ ସୂଚନା ଦିଆଯାଉଥିବାରୁ ଏହାର ନାମକରଣ ‘କରୋ ନା’ ରଖାଯାଇଛି। ଏହାର ଏମିତି ନାମକରଣ କରାଯାଇଥିବାରୁ ଏଥିରେ ଯେଉଁ ଟିପ୍ସ ଦିଆଯାଉଛି ପିଲାମାନେ ଆଗ୍ରହର ସହ ଏହା ଗ୍ରହଣ କରିବା ସହ ଶୀଘ୍ର ମନେ ରଖୁଥିବା କହିଛନ୍ତି ଜଣେ ଶିକ୍ଷୟିତ୍ରୀ। ଶନିବାରଠାରୁ ଆରମ୍ଭ ହୋଇଥିବା ‘କରୋ ନା କ୍ଲାସ’ରେ ପିଲାମାନଙ୍କୁ ହାତ ମିଳାଇବାକୁ, ଆଲିଙ୍ଗନ କରିବାକୁ ବାରଣ କରାଯାଉଛି। ସେହିଭଳି ନିଜର ଟିଫିନ୍‌, ପାଣି ଓ ରୁମାଲ ମଧ୍ୟ କାହାସହ ଶେୟାର ନ କରିବାକୁ କୁହାଯାଉଛି। ସେହିପରି ବାରମ୍ବାର ହାତ ଧୋଇବା ଓ ଶରୀର ଅସୁସ୍ଥ ଲାଗିଲେ ତୁରନ୍ତ ଜଣାଇବାକୁ କୁହାଯାଇଛି। ବାରାଣସୀକୁ ଅଧିକ ପରିମାଣରେ ପର୍ଯ୍ୟଟକ ଆସୁଥିବାରୁ ଏଭଳି ସାବଧାନତା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ସ୍କୁଲ କର୍ତ୍ତୁପକ୍ଷ।

Share