Categories: ଜାତୀୟ

ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ପ୍ରଥମ ଥର ଜରିମାନା ୫୦ ଟଙ୍କା ଥିବାବେଳେ ଦ୍ୱିତୀୟ ଥର ନିର୍ଦ୍ଦେଶର ଉଲ୍ଲଂଘନ କଲେ ଏହା ୨ ଗୁଣା ହେବ। ସ୍ଥାନୀୟ ଏସ୍‌ଏଲ୍‌ଏସ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ଗୁରୁକୁଳ ସ୍କୁଲ ପ୍ରଶାସନ କ୍ୟାମ୍ପସ୍‌ ମଧ୍ୟରେ କନ୍ନଡ଼ ଭାଷାରେ କଥା ହେବା ନେଇ କଡ଼ା କଟକଣା ଜାରି କରିଛନ୍ତି। ଏନେଇ ଖବର ମିଳିବା ପରେ କନ୍ନଡ଼ ବିକାଶ ପ୍ରାଧିକରଣ ପକ୍ଷରୁ ସ୍କୁଲ ପରିଦର୍ଶନ କରାଯାଇଛି। ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କନ୍ନଡ଼ ବିକାଶ ପ୍ରାଧିକରଣ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।

Share