ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ ଅବିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଠପଢା ପ୍ରତି ସଜାଗ, ପରିଷ୍କାର ପରିଚ୍ଛନ୍ନତା, ସରକାରୀ ଅନୁଦାନ ହଡ଼ପ ଓ ସ୍ଥାଇ ପ୍ରଧାନ ଶିକ୍ଷକ ନିଯୁକ୍ତି ଭଳି ଦାବି କରି ଏହି ଆନ୍ଦୋଳନ କରାଯାଇଛି।

Share