ସ୍କୁଲରେ ନାମଲେଖା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ସୁଦ୍ଧା ନାମଲେଖା ଶେଷ କରିବାକୁ ଶୁକ୍ରବାର ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। କାର୍ଯ୍ୟ ଦିବସର ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ହେବ। ଏହି ସମୟରେ କୋଭିଡ୍‌-୧୯ର ସମସ୍ତ ଗାଇଡ୍‌ଲାଇନ ଅନୁପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍କୁଲ ଭିତରକୁ ଏକାଥରକେ ୫ରୁ ଅଧିକ ଛାତ୍ରୀଛାତ୍ର ଓ ଅଭିଭାବକ ପଶିପାରିବେ ନାହିଁ। ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବେ। ଏହି ସୂଚନାକୁ ସ୍କୁଲ ସୂଚନା ବୋର୍ଡରେ ପ୍ରକାଶ କରିବା ପାଇଁ କୁହାଯାଇଛି।

Share