ସ୍କୁଲରେ ପଢ଼ାଇଲେ ଜିଲାପାଳ

ଫୁଲବାଣୀ ଅଫିସ, ୨୦ା୧୧- ଫୁଲବାଣୀ ବ୍ଲକ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ଜିଲାପାଳ ଡା. ବୃନ୍ଦା ଡି ମଙ୍ଗଳବାର କରିଛନ୍ତି। ଦୁର୍ଗମ ପଞ୍ଚାୟତ ଦୁଡୁକି ଓ କଟ୍ରିଙ୍ଗିଆ ଗସ୍ତକରି ବିଜୁ କନ୍ଧମାଳ ଯୋଜନାରେ ନିର୍ମାଣାଧୀନ କଲଭର୍ଟ, ଏମ୍‌ଜିଏନ୍‌ଆରଇଜିଏସ୍‌ରେ ରାସ୍ତା କାମ ତଦାରଖ କରିବା ସହ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲାପାଳ ଉଖୁସୁଗାଣ୍ଡା ଅଙ୍ଗନୱାଡି କେନ୍ଦ୍ର ଓ ପିପାଲି ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ। ପରେ ସେଠାରେ ପିଲାମାନଙ୍କୁ ପଢ଼ାଇଥିଲେ। ବିଦ୍ୟାଳୟରେ ଥିବା ଶୌଚାଳୟକୁ ପରିସ୍କାର ରଖିବା ପାଇଁ ପ୍ରଧାନଶିକ୍ଷକ ଭିକାରୀ ଚରଣ ପ୍ରଧାନଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ଅରାପାଜୁ ଗ୍ରାମର ପାନୀୟ ଜଳ ପ୍ରକଳ୍ପ, ଉର୍ମାଗଡ ଜଳପ୍ରପାତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଆଗାମୀ ଦିନରେ ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ଅଧିକ ଜଳ ସଂରକ୍ଷଣ ପ୍ରକଳ୍ପ ନେବା ପାଇଁ ବିଡିଓ ସୁବ୍ରତ କୁମାର ଜେନା ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share