Categories: କନ୍ଧମାଳ

ସ୍କୁଲରେ ପଢ଼ାଇଲେ ଜିଲାପାଳ

ଫିରିଙ୍ଗିଆ, ୧୯ା୯-ଫିରିଙ୍ଗିିଆ ବ୍ଲକର ଦୁର୍ଗମ ଅଞ୍ଚଳ ପାଙ୍ଗା ଉପରସାହି ଏବଂ ସାଡିଙ୍ଗିଆ ପଞ୍ଚାୟତକୁ କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି. ପରିଦର୍ଶନରେ ଯାଇ ସେଠାର ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଛନ୍ତି। ସେଠାରେ ଥିବା ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ବେଳେ କେହି ଡାକ୍ତର ନ ଥିବା ଜିଲାପାଳ ଦେଖିବାକୁ ପାଇଥିଲେ । ପରେ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ପରେ ସ୍କୁଲ ଯାଇ ପିଲାମାନେ କିପରି ପଢ଼ୁଛନ୍ତି, ଶିକ୍ଷକ ଆସୁଛନ୍ତି କି ନାହିଁ ତଦାରଖ କରିଥିଲେ। ଏହି ଅବସରରେ ପାଙ୍ଗା ଉପରସାହି ବିଦ୍ୟାଳୟରେ ଜିଲାପାଳ ପିଲାଙ୍କୁ ପଢ଼ାଇଥିଲେ । ଜିଲାପାଳଙ୍କ ଗସ୍ତ ବେଳେ ବିଡିଓ ପ୍ରବୀଣ କୁମାର ବାଣୁଆ, ପାଙ୍ଗା ଉପରସାହି ସରପଞ୍ଚ ବିଷ୍ଣୁ ଚରଣ କହଁର ପ୍ରମୁଖ ସାମିଲ ଥିଲେ ।