ସ୍କୁଲରେ ପଢ଼ୁଥିବା ବେଳେ ଶିକ୍ଷକଙ୍କ କଥା ଶୁଣୁ ନ ଥିଲେ ଦୀପିକା, ଭାଇରାଲ ହେଉଛି ରିପୋର୍ଟ କାର୍ଡ

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍‌ ସିନେମା ଜଗତର ଜଣେ ଆଗଧାଡ଼ିର ଅଭିନେତ୍ରୀ ତାହା ସମସ୍ତେ ଜାଣନ୍ତି। ହେଲେ ସେ ସ୍କୁଲ ସମୟରେ ବଡ଼ ଦୁଷ୍ଟ ଥିଲେ। ସେ କ୍ଲାସ ଚାଲିଥିବା ବେଳେ ସାଙ୍ଗମାନଙ୍କ ସହ କଥା ହୋଇ ସମୟ ନଷ୍ଟ କରୁଥିଲେ। ଶିକ୍ଷକମାନଙ୍କ କଥା ଶୁଣୁ ନ ଥିଲେ। ଏପରିକି ଦିନରେ ସ୍ବପ୍ନ ଦେଖୁଥିଲେ। କଥାଟି ମନଗଢ଼ା ନୁହେଁ ବରଂ ନିଜେ ଦୀପିକା ନିକଟରେ ଏହାର ଖୁଲାସା କରିଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଛାତ୍ରୀ ସମୟର ରିପୋର୍ଟ କାର୍ଡ ଶେୟାର କରିଛନ୍ତି। ତିନିଟି ରିପୋର୍ଟ କାର୍ଡରେ ଏଭଳି କିଛି ଲେଖାଯାଇଛି। ତେବେ ଏହାକୁ ଦୀପିକା ଶେୟାର କରିବା ପରେ ସ୍ବାମୀ ରଣବୀର ଏହାର ମଜା ଉଡାଇଛନ୍ତି। ଏକ ପୋଷ୍ଟରେ ସେ ଶିକ୍ଷକମାନଙ୍କ ସହ ସହମତ ବୋଲି କହିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share