Categories: ଜାତୀୟ

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ବର୍ଗ ପକ୍ଷରୁ ଭିନ୍ନ ଭିନ୍ନ କମେଣ୍ଟ ଦିଆଯାଇଛି। ତେବେ ଏହାକୁ ଜିଲାପାଳ ତନଭୀ ସୁନ୍ଦରୀୟାଲ ଛାତ୍ରୀଛାତ୍ରଙ୍କ ଏଭଳି କାର୍ଯ୍ୟକୁ ସମର୍ଥନ କରିବା ସହିତ ବେଶ୍‌ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ସଚେତନତା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କର କୌଣସି ଭୁଲ୍‌ ନ ଥିବା ସେ କହିଛନ୍ତି। ସ୍ଥାନୀୟ ସିନହାରା ଗାଁରେ ଥିବା ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ନିଜ ହାତରେ ଶୌଚାଳୟ ସଫା କରୁଥିବା ଭିଡ଼ିଓରେ ଦର୍ଶାଯାଇଛି।

Share