ଡୋଡା,୨୦।୬: ଜମ୍ମୁ-କଶ୍ମୀର ଡୋଡା ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଗୁଜର ବଖେରଓ୍ବାଲ ବାଳକ ଛାତ୍ରାବାସର ଛାତ୍ରମାନେ ୧୦ ମିନିଟ୍ ବିଳମ୍ବରେ ସ୍କୁଲରେ ପହଞ୍ଚିବାରୁ ସେମାନଙ୍କୁ ଶିକ୍ଷକ ନିସ୍ତୁକ ପିଟିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। ଛାତ୍ରାବାସର ୬ଷ୍ଠ, ୭ମ, ୮ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ଏକ ଛାଟରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଏହି ଭିଡ଼ିଓରେ ରହିଛି। ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଏହାର ଯାଞ୍ଚ୍ କରାଯାଉଥିବା ଚାଇଲ୍ଡ ଲାଇନ୍ କୋର୍ଡିନେଟର ମିନାକ୍ଷୀ ରୈନା ସୂନା ଦେଇଛନ୍ତି।