Categories: ଜାତୀୟ

ସ୍କୁଲର ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ଗଛଟିଏ: ମିଳିତ ପ୍ରାର୍ଥନା ପୂର୍ବରୁ କରାଯାଏ ପୂଜା

ଯମୁନା ନଗର,୨୧।୯: ହରିୟାଣା ଯମୁନା ନଗରରେ ଥିବା ଏକ ସ୍କୁଲ ପ୍ରାଙ୍ଗଣରେ ପ୍ରତି ଶିକ୍ଷାର୍ଥୀଙ୍କ ନାମରେ ବୃକ୍ଷ ଚାରା ରୋପଣ କରାଯାଇଛି। ସମ୍ପୃକ୍ତ ଶିକ୍ଷାର୍ଥୀ ଏହାର ରକ୍ଷାଣବେକ୍ଷଣ କରିଥାନ୍ତି। ସ୍କୁଲର ମିଳିତ ପ୍ରାର୍ଥନା ପୂର୍ବରୁ ଶିକ୍ଷାର୍ଥୀ ନିଜ ନିଜ ନାମଧାରୀ ଗଛକୁ ପୂଜା କରିଥାନ୍ତି। ମଧ୍ୟାହ୍ନ ଭୋଜନ ପରେ ଶିକ୍ଷାର୍ଥୀ ନିଜ ନିଜ ଗଛରେ ପାଣି ଦେଇଥାନ୍ତି। ସ୍ଥାନୀୟ ଦାଦୁପୁର ସ୍ଥିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏଭଳି ନିଆରା କାର୍ଯ୍ୟକ୍ରମ ଜାରି ରହିଛି। ପରିବେଶ ସୁରକ୍ଷା ଲାଗି ଶିକ୍ଷାର୍ଥୀଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଅଭିଯାନ ୨୦୧୮ରୁ ଆରମ୍ଭ କରାଯାଇଥିବାବେଳେ ପ୍ରଧାନ ଶିକ୍ଷକ କୃଷ୍ଣ ଲାଲ୍‌ ସୈନି ଏବଂ ଶିକ୍ଷକ ଅମରପାଳଙ୍କ ତଦାରଖରେ ଏହା ଜାରି ରହିଛି। ଇତିମଧ୍ୟରେ ସ୍କୁଲ ପରିସରରେ ଶହେରୁ ଅଧିକ ଭିନ୍ନ ଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଛି।

Share