Categories: ଫୁରସତ

ସ୍କୁଲ୍‌ରେ ଶିକ୍ଷୟିତ୍ରୀଙ୍କ ପାଇଖାନା ଚିନ୍ତା

କହିବା ଓ କରିବା ମଧ୍ୟରେ ଆକାଶପାତାଳ ପ୍ରଭେଦ ରହିଛି। କିନ୍ତୁ କାର୍ଯ୍ୟ କରିବାର ପ୍ରଭାବ ସମସ୍ତଙ୍କୁ ଛୁଇଁପାରେ ଯାହା କରି ଦେଖାଇଛନ୍ତି ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ଲକ୍ଷ୍ମୀ ପୋତ୍ରୀ। ମଧ୍ୟପ୍ରଦେଶ ଶାହପୁର ଅନ୍ତର୍ଗତ ସହଜପୁର ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୨ରୁ ସେ ଏହି ସ୍କୁଲ୍‌ରେ ରହିଛନ୍ତି। ସ୍କୁଲକୁ ଆସିବା କ୍ଷଣି ପରିବେଶ ଓ ପାଇଖାନା ଚିନ୍ତା କରୁଛନ୍ତି। ସରକାରୀ ସ୍କୁଲର ଅବସ୍ଥା କେମିତି ରହେ ତାହା ସମସ୍ତେ ଜାଣନ୍ତି। ମୁଖ୍ୟତଃ ଗ୍ରାମାଞ୍ଚଳ ସ୍କୁଲ୍‌ଗୁଡିକରେ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ସ୍କୁଲ୍‌ର ଅନ୍ୟ କାର୍ଯ୍ୟ କରିବା ଲାଗି ଷ୍ଟାଫ୍‌ ନ ଥାନ୍ତି। ଏହି ବ୍ୟବସ୍ଥା ମଧ୍ୟରେ ସ୍କୁଲକୁ ସଫାସୁତୁରା ରଖିବା ମୁସ୍କିଲ। କିନ୍ତୁ ଲକ୍ଷ୍ମୀ ପ୍ରତିଦିନ ସ୍କୁଲ୍‌କୁ ଆସିବା କ୍ଷଣି ପ୍ରଥମେ ପାଇଖାନା ସଫା କରୁଛନ୍ତି। ସ୍କୁଲ୍‌ ପରିସରକୁ ଝାଡୁ କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ଦେଖି ସ୍କୁଲ୍‌ ପିଲା, ଶିକ୍ଷକ ତଥା ଗ୍ରାମବାସୀମାନେ ବି ଝାଡୁଧରି ସଫାରେ ଲଗି ପଡୁଛନ୍ତିି। ଲକ୍ଷ୍ମୀଙ୍କ କାର୍ଯ୍ୟ ସ୍ବଚ୍ଛତାରେ ସୀମିତ ରହିନାହିଁ। ପିଲାମାନେ ଆଉ ମଧ୍ୟାହ୍ନଭୋଜନ ତଳେ ବସି ଖାଉନାହାନ୍ତି। ଏହାର ବିକଳ୍ପ ଭାବେ ବେଞ୍ଚ- ଟେବୁଲ ବ୍ୟବସ୍ଥା ମଧ୍ୟ କରାଯାଇଛି। ନିଜ ଦରମାରେ ଲକ୍ଷ୍ମୀ ଏହାକୁ କିଣିଛନ୍ତି। ଛାତ୍ରୀମାନଙ୍କ ସୁରକ୍ଷା ଲାଗି ସ୍କୁଲ୍‌ରେ ୪ଟି କ୍ୟାମେରା ମଧ୍ୟ ଲଗାଇଛନ୍ତି।

Share