Categories: କନ୍ଧମାଳ

ସ୍କୁଲ୍‌ ଅଟୋକୁ ପିଟିଲା ପିକ୍‌ଅପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୭ା୧୨-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡଠାରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ଏକ ପିକ୍‌ ଭ୍ୟାନର ମୁହଁ।ମୁହିଁ ଧକ୍କା ହୋଇଛି। ଏଥିରେ ଅଟୋ ଚାଳକ ଓ ୬ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ଚାଳକ ଓ ୨ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଣେ ୯ମ ଶ୍ରେଣୀ ଛାତ୍ର ମନ୍ମଥ ବିଶୋୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ଥିବା ପିକ୍‌ଅପ୍‌ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଚାଳକ ବାଲିଗୁଡାର ପ୍ରଦୀପ କୁମାର ମଲ୍ଲିକଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଷାଣ୍ମାସିକ ପରୀକ୍ଷା ଥିଲା। ସାରଙ୍ଗଗଡ ପଟୁ ଏକ ଅଟୋ(ଓଡି ୧୨ସି-୪୪୪୨)ରେ ୯ମ ଶ୍ରେଣୀ ଛାତ୍ରୀଛାତ୍ର ବସି ଦିଆଭଞ୍ଜ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ବନ୍ଧଗଡ ପାଖ ବୁଲାଣୀ ନିକଟରେ ଫୁଲବାଣୀ ପଟୁ
ସାରଙ୍ଗଗଡ ଅଭିମୂଖେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ (
ଓଡି ୧୨ଇ-୧୧୮୩)ଟି ଦ୍ରୁତ ଗତିରେ ଆସି ଅଟୋକୁ ଧକ୍କା ଦେଇଥିଲା। ନଂ.୧୧୨/୧୯ରେ ମାମଲା ରୁଜୁ
କରି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ପୋଲିସ ତଦନ୍ତ ଚଳାଇଛି।